୧୦ କୋଟି ପରିବାର ନିକଟରେ ପହଁଚିବ ବିଶ୍ୱ ହିନ୍ଦୁ ପରିଷଦ

ଅଯୋଧ୍ୟା: ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦ ସାରା ଦେଶରେ ଜନସଚେତନ ଅଭିଯାନ ଆରମ୍ଭ କରିବ । ଏନେଇ ଭିଏଚପି ଦେଶର ୫ ଲକ୍ଷ ଗାଁର ୧୦ କୋଟି ପରିବାର ନିକଟରେ ପହଁଚିବା ପାଇଁ ଲକ୍ଷ ଧାର୍ଯ୍ୟ କରିଛି । ଯାହା ଦ୍ୱାରା ଭିଏଚପି କାର୍ଯ୍ୟକର୍ତା ମାନେ ପ୍ରତ୍ୟେକ ପରିବାରକୁ ସ୍ୱେଛାକୃତ ଭାବେ ୧୦୦ ଟଙ୍କା ଆର୍ଥିକ ସହାୟତା ପାଇଁ ନିବେଦନ କରିବେ । ରାମ ମନ୍ଦିର ଟ୍ରଷ୍ଟର ବୈଠକ ପରେ ମନ୍ଦିରର କାରୁକାର୍ଯ୍ୟରେ ମଧ୍ୟ କିଛିଟା ପରିବର୍ତନ କରାଯାଇଛି । କିନ୍ତୁ ମନ୍ଦିର ନିର୍ମାଣରେ କେତେ ଟଙ୍କା ଖର୍ଚ୍ଚ ହେବ ସେ ନେଇ ମନ୍ଦିର ଟ୍ରଷ୍ଟର ସଦସ୍ୟ, ଭିଏଚପି କିଛି କହିବାକୁ ମନା କରିଦେଇଛନ୍ତି ।

Leave A Reply

Your email address will not be published.

1 × three =