କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଗତ ରାତିରେ ଲଙ୍କାକାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ। କାମାକ୍ଷାନଗର ଅଁଳାବେରଡ଼ି OTPCL କ୍ୟାମ୍ପ୍ ଅଫିସ୍ ପରିସରରେ ଥିବା ୬ଟି ଜେସିବିକୁ ଦୁବୃର୍ତ୍ତମାନେ ଜାଳି ଦେଇଛନ୍ତି । ଗତ ରାତିରେ କିଛି ଦୁବୃର୍ତ୍ତ ପ୍ଲାଣ୍ଟ ପରିସରରେ ପଶି ଏଭଳି ତୁମୁଳକାଣ୍ଡ ଘଟାଇଥିଲେ ମଧ୍ୟ କେହି ଏହାର ଟେର ପାଇପାରି ନ ଥିଲେ। କିଏ ଓ କାହିଁକି ଏଭଳି ଘଟଣା ଘଟାଇଲା, ସେ ନେଇ କୌଣସି ସୂଚନା ମିଳିପାରିନି। ପୁଲିସ୍କୁ ଏନେଇ ଅବଗତ କରାଯାଇଛି ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।