ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪,୫୬,୧୮୩କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୨୫୮୬୮୪ ସୁସ୍ଥ ହୋଇଥିବା ବେଳେ ୧୪୪୭୬ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତମାନ ସୁଦ୍ଧା ୧୮୩୦୨୨ ଆକଟିଭ କେସ୍ ରହିଛି । ମୃତ ବ୍ୟକ୍ତିଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୧୧୯, ଆସାମ ୯, ବିହାର ୫୬, ଚଣ୍ଡିଗଡ ୬, ଛତିଶଗଡ ୧୨, ଦିଲ୍ଲୀ ୨୩୦୧, ଗୋଆ ୧,ଗୁଜୁରାଟ୧୭୧୦, ହରିୟାଣା ୧୭୮, ହିମାଚଳ ପ୍ରଦେଶ ୮, ଜାମ୍ମୁଓ କାଶ୍ମୀ ୮୭, ଝାଡକଣ୍ଡ ୧୧, କର୍ଣ୍ଣାଟକ ୧୫୦, କେରଳ ୨୨, ଲଦାଖ ୧, ମଧ୍ୟପ୍ରଦେଶ ୫୨୫, ମହାରାଷ୍ଟ୍ର ୬୫୩୧, ମେଘାଳୟ ୧, ଓଡିଶା ୧୭, ପଣ୍ଡୁଚେରୀ ୯, ପଞ୍ଜାବ ୧୦୫, ରାଜସ୍ଥାନ ୩୬୫, ତାମିଲନାଡୁ ୮୩୩ ,ତେଲେଙ୍ଗାନା ୨୨୦, ତ୍ରିପୁରା ୧, ଉତରାଖଣ୍ଡ ୩୦, ଉତରପ୍ରଦେଶ ୫୮୮ ଏବଂ ପଶ୍ଚିମବଙ୍ଗର ୫୮୦ ଜଣ ରହିଛନ୍ତି ।