ଦୈନିକ ୧୦ ହଜାର କରୋନା ଟେଷ୍ଟିଂ


ଭୁବନେଶ୍ୱର- ଏଣିକି ରାଜ୍ୟରେ ବଢିବ କରୋନା ଟେଷ୍ଟିଂ ସଂଖ୍ୟା । ଦୈନିକ ୧୦ ହଜାର ଟେଷ୍ଟ କରାଯିବ । ଆରଟି ପିସିଆରରେ ୭ ହଜାର ଓ ୩ ହଜାର ଆଂଟିଜେନ ଟେଷ୍ଟ କରାଯିବ । ଏତଦ୍ ବ୍ୟତିତ ଆଉ ୨ ଲକ୍ଷ ଆଂଟିଜେନ କିଟ ଆଣିବାକୁ ଲକ୍ଷ୍ୟ କରାଯାଇଛି ବୋଲି ଇନଷ୍ଟିଟ୍ୟୁଟ ଅଫ ଲାଇଫ ସାଇନ୍ସ ନିର୍ଦେଶକ ଅଜୟ ପରିଡା କହିଛନ୍ତି । ରାଜ୍ୟର ୪ ଜିଲ୍ଲା କଟକ ଭୁବନେଶ୍ୱର ଗଞ୍ଜାମ ଓ ଯାଜପୁର ଓ ରାଉଲକେଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଅଣାୟତ ହେବାରୁ ଜୁଲାଇ ୩୧ ଅର୍ଥାତ୍ ୧୪ ଦିନ ପଯ୍ୟୟନ୍ତ ଲକଡାଉନ କରାଯାଇଛି । ଏହି ୧୪ ଦିନ ଆମ ପାଇଁ ଗୁରୁତ୍ୱ ପୂର୍ଣ୍ଣ । ଲକଡାଉନ ସମୟ ମଧ୍ୟରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିବୁ ବୋଲି ଅଜୟ ପରିଡା କହିଛନ୍ତି । ଉକ୍ତ ୫ ସ୍ଥାନରେ ଟେଷ୍ଟିଂ, ଟ୍ରେସିଂ, ସର୍ଭୋଲାନ୍ସ ଜୋରଦାର କରାଯିବ । ଏହା ସହିତ ଡୋର ଟୁ ଡୋର ସର୍ଭେ କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.

16 + 5 =