ନୂଆଦିଲ୍ଲୀ- ବୁଧବାରରୁ ଆରମ୍ଭ ହେବ ଅନଲକ୍ ୨ । ଜୁଲାଇ ୩୧ ପର୍ଯ୍ୟନ୍ତ ଏହା ବଳବତର ରହିବ । ଅନଲକ ୨ ପାଇଁ ଦିଲ୍ଲୀ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଜରୁରୀ କାମ ପାଇଁ ଅନୁମତି ମିଳିବ । ପୂର୍ବପରି ସମସ୍ତ ସ୍କୁଲ, କଲେଜ ଓ କୋଚିଂଙ୍ଗ ସେଂଟର ଗୁଡିକ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ । ସେହିପରି ସିନେମା ହଲ, ଜିମ ସେଂଟର, ସୁଂଇମିଙ୍ଗ ଫୁଲ,ପାର୍କ,ବାର,ବିଧାନ ସଭା ସମସ୍ତ ବନ୍ଦରହିବ । ସମାଜିକ, ରାଜନୈତିକ, ଖେଳ, ମନରୋଂଜନ, ସାଂସ୍କୃତିକ ସଭା ବନ୍ଦ ରହିବ । ମେଟ୍ରେ ଟ୍ରେନ ସେବାକୁ ବନ୍ଦ କରିବାକୁ ନିର୍ଦ୍ଧଶ ଦିଆଯାଇଛି । ସେହିପରି ରାତ୍ରିକାଳୀନ କର୍ଫୁକୁ ମଧ୍ୟ କୋହାଳ କରାଯାଇ ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫୁ ସମୟସୀମା ଧାର୍ଯ୍ୟ ହୋଇଛି । ଘରୋଇ ବିମାନ କମ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଯାଆସ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି ।