ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାସ କରୁଥିବା ବସ୍ତି ବାସିନ୍ଦାଙ୍କ ଅପେକ୍ଷା କରୋନା ସଂକ୍ରମିତ ବ୍ୟକ୍ତି ସହରାଂଚଳରେ ଅଧିକ ଅଛନ୍ତି । ଦିଲ୍ଲୀରେ କରାଯାଉଥିବା ସିରୋ ସର୍ଭେରୁ ଏହି ତଥ୍ୟର ଖୁଲାସା ହୋଇଛି । ଏହି ତଥ୍ୟ ଅନୁସାରେ ସହରାଚଂଳରେ କରୋନା ସଂକ୍ରମଣ ଅଧିକ ଥିବାବେଳେ ବସ୍ତି,ଅବୈାଧ କଲୋନୀ ଏବଂ ଗ୍ରାମାଂଚଳରେ ଅପେକ୍ଷାକୃତ କମ୍ ଥିବାକଥା ଜଣାଯାଇଛି । ଦିଲ୍ଲୀର ସମୁଦାୟ ୧୧ ଜିଲ୍ଲା ମଧ୍ୟରୁ ସେଂଟ୍ରାଲ ଦିଲ୍ଲୀରୁ ସର୍ବାଧିକ ୨୭.୯ ପ୍ରତିଶତ ଲୋକେ ସଂକ୍ରମିତ ହୋଇଛନ୍ତି । ସେହିଭଳି ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୫୦ ପ୍ରତିଶତ କିଭଳି ଭାବେ ସଂକ୍ରମିିତ ହେଲେ, ତାହା ଜଣାପଡିନାହିଁ । କୁହାଯାଉଛି ଯେ ଦିଲ୍ଲୀର ବସ୍ତି ତଥା ଗ୍ରାମାଂଚଳରେ ଜନସଂଖ୍ୟା କମ୍ ଏବଂ ଲୋକଙ୍କ ଯିବା ଆସିବା କମ୍ ହୋଇଥିବାରୁ ସେଠାରେ ସଂକ୍ରମଣର ମାତ୍ରା ଅପେକ୍ଷାକୃତ କମ୍ ରହିଛି ।