ନୂଆଦିଲ୍ଲୀ- ଦେଶର ୧୪୮୨ ସହରୀ ସମବାୟ ବ୍ୟାଙ୍କ ସହିତ ସମସ୍ତ ସରକାରୀ ବ୍ୟାଙ୍କକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ତଦାରଖ ପରିସର ଭୁକ୍ତ କରାଯିବ । ଜମାକରୀଙ୍କ ସ୍ୱାର୍ଥ ରକ୍ଷା ତଥା ସମବାୟ ବ୍ୟାଙ୍କଗୁଡିକର ସୁଶାସନ ଓ ତଦାରଖରେ ଉନ୍ନତି ଆଣିବାକୁ ଏହି ପଦକ୍ଷେପ ନିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବ୍ୟାଙ୍କିଂ ନିୟନ୍ତ୍ରଣ ଅଧ୍ୟାଦେଶ ୨୦୨୦ ଜାରି କରିଛନ୍ତି । ସେହିପରି ବ୍ୟାଙ୍କିଂ ନିୟନ୍ତ୍ରଣ ଆଇନର ସେକ୍ସନ ୪୫କୁ ମଧ୍ୟ ସଂଶୋଧନ କରାଯାଇଛି । ଏହି ନିୟମ ରଜ୍ୟ ସମବାୟ ଆଇନ ଅଧୀନରେ ଥିବା ସମବାୟ ସମିତିର ରାଜ୍ୟ ରେଜିଷ୍ଟ୍ରାରଙ୍କ କ୍ଷମତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।