ରାଜ୍ୟରେ କରୋନା ନେଲା ଆଉ ୪ ମୁଣ୍ଡ

ଭୁବନେଶ୍ୱର- କରୋନାରେ ଆଖିବୁଜିଲେ ଆଉ ୪ ଆକ୍ରାନ୍ତ । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩ ଓ ଭଦ୍ରକରୁ ଜଣେ ରହିଛନ୍ତି । ୩ ମୃତକଙ୍କ ମଧ୍ୟରେ ଜଣେ ୬୫ ବର୍ଷୀୟା ମହିଳା ଥିବା ବେଳେ ୫୮ ଓ ୬୩ ବର୍ଷୀୟ ୨ ପୁରୁଷ ଅଛନ୍ତି । ଭଦ୍ରକରୁ ୫୮ ବର୍ଷୀୟ ବ୍ୟକ୍ତି ରହିଛନ୍ତି । ପୂର୍ବରୁ ସେମାନେ ବିଭିନ୍ନ ରୋଗରେ ପୀଡିତ ଥିଲେ । କୋଭିଡ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦ ଛୁଇଁଥିବା ବେଳେ ଭଦ୍ରକରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ରାଜ୍ୟରେ କରୋନା ମୃତ୍ୟୁ ୫୨ କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

19 − thirteen =