୧୪ ଦିନିଆ ଲକଡାଉନ କଟକଣା

ଭୁବନେଶ୍ୱର- କରୋନା ସଂକ୍ରମଣର ହଟସ୍ପଟ ପାଲଟିଥିବା ରାଜ୍ୟର ୪ ଜିଲ୍ଲା କଟକ, ଖୋର୍ଦ୍ଧା, ଯାଜପୁର ଓ ଗଞ୍ଜାମ ସମେତ ରାଉଲକେଲା ମହାନଜର ନିଗମକୁ ଆଜି ରାତି ୯ଟାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ନିୟମ ବଳବତର ରହିବ । ଲକଡାଉନ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଅତ୍ୟାବଶ୍ରକ ସେବାକୁ ଛାଡି ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ସକାଳ ୬ରୁ ଦିନ ୧ ପର୍ଯ୍ୟନ୍ତ କ୍ଷୀର, ପରିବା, ତେଜରାତି ଦୋକାନ ଆଦି ଖୋଲା ରହିବ । ଏହି ୪ ଟି ଜିଲ୍ଲାରେ ସଟଡାଉନ ନିୟମ ଲାଗୁ ହେବ ନାହିଁ । ଅନ୍ୟ ଜିଲ୍ଲା ମାନଙ୍କରେ ସଟଡାଉନ କଟକଣା ବଳବତର ରହିବ । କଟକ ଓ ଭୁବବେଶ୍ୱର ଭିତରକୁ ବାହାର ଜିଲ୍ଲା ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗିବ । ୧୪ ଦିନ ମଧ୍ୟରେ ସର୍ଭେଲାନ୍ସ ଓ ଟେଷ୍ଟି କରାଯିବ । ଯେଉଁମାନେ ଏହି ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯବି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

15 + seventeen =