ଭୁବନେଶ୍ୱର- ହଟସସ୍ପଟ ଅଂଚଳରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସାଳୟରେ ଅବହେଳା କଲେ ସରକାରୀ ଓ ଘରୋଇ ମୋଡିକାଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ମଧ୍ୟ ଟୋଲ ଫି ନମ୍ବର ଜାରି କରାଯାଇଛି । ଯେଉଁମାନେ ଚିକିତ୍ସାରୁ ବଂଚିତ ହେଉଛନ୍ତି ସେମାନେ ୧୦୦କୁ ଡାଏଲ କରି ଉକ୍ତ ଡାକ୍ତର ଓ ନର୍ସଙ୍କ ବିରୋଧରେ ଅଭିଯୋଗ କରିପାରିବେ । ପୂର୍ବରୁ ଏଭଳି ଘଟଣା ଗଞ୍ଜାମ ଜିଲ୍ଲାରେ ହୋଇଥିଲା । କରୋନା ହଟସ୍ପଟ ଗଞ୍ଜାମ ଅଂଚଳରୁ ଆସିଥିବା ଜଣେ ରୋଗୀଙ୍କୁ ଏକ ଘରୋଇ ହସ୍ପିଟାଲ ଫେରାଇ ଦେଇଥିଲା । କେବଳ ଗଞ୍ଜାମ କାହିଁକି ରାଜ୍ୟର ବିଭିନ୍ନ ମୋଡିକାଲରେ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି ।