ଗୋଟିଏ ଦିନରେ ସବାଧିକ ରେକର୍ଡ କଲା କରୋନା ଆକ୍ରାନ୍ତ ସଂଖ୍ୟା: ୨୪ ଘଂଟାରେ ୧୦୭୮ ନୂଆ ପଜିଟିଭ ଚିହ୍ନଟ


ଭୁବନେଶ୍ୱର- ରାଜ୍ୟରେ କରୋନା ସଂଖ୍ୟାରେ ଲାଗୁନି ବେକ୍ର । ଦିନକୁୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି । ପ୍ରତ୍ୟକ ଦିନ ସଂକ୍ରମଣଙ୍କ ସଂଖ୍ୟା ୫୦୦ ପାର କରୁଛି । ଆଜି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୦୭୮ ଆକ୍ରାନ୍ତଙ୍କ ମଧ୍ୟରୁ ୭୨୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳ ୩୫୭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ କହିଛନ୍ତି । ଗଞ୍ଜାମ ଜିଲ୍ଲାରେ ସବାଧିକ ୩୭୧ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ୧୨୧, ମାଲକାନାଗିରି ୬୬, କଟକ ୫୭, ବୈଦ୍ଧ ୩, ଢେଙ୍କାନାଳ ୨, ଗଜପତି ୨୪, ଜଗତସିଂହପୁର ୩୫, ଯାଜପୁର ୨୦, ଝାରସୁଗୁଡା ୩୪,କଳାହାଣ୍ଡି ୧୫, କନ୍ଧମାଳ ୧୩, କେନ୍ଦ୍ରାପଡା ୨୪, କେନ୍ଦୁଝର ୧୬, କୋରାପୁଟ ୧୫, ମୟୂରଭଞ୍ଜ ୧୩, ନବରଙ୍ଗପୁର ୧୭, ନୟାଗଡ ୫, ପୁରୀ ୨୮, ରାୟଗଡା ୯୬, ସମ୍ବଲପୁର ୨୦, ସୋନପୁର ୧୦, ସୁନ୍ଦରଗଡ ୨୯, ବାଲେଶ୍ୱର ୧୦, ବରଗଡ ୨୬, ବଲାଙ୍ଗୀର ୬, ଭଦ୍ରକ ଓ ଅନୁଗୁଳରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫କୁ ବୃଦ୍ଧି ପାଇଥିବା ବେଳ ୧୩୩୦୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଯାବତ୍ ୬୩୮୩ ଆକଟିଭ କେସ ରହିଛି ।

Leave A Reply

Your email address will not be published.

19 − 16 =