ଭୁବନେଶ୍ୱର- ରାଜ୍ୟରେ କରୋନା ନେଲା ପୁଣି ୨ ମୁଣ୍ଡ । ମୃତକ ୨ଜଣ ମହିଳା ଓ ଘର ଗଞ୍ଜାମ ଜିଲ୍ଲା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ସେମାନଙ୍କ ବୟସ ଯଥାକ୍ରମେ ୪୮ ଓ ୩୯ ବର୍ଷ । ପ୍ରାଣ ହରାଇଥିବା ୩୯ ବର୍ଷୀୟା ମହିଳା ପୂର୍ବରୁ କିଡିନୀ ରୋଗରେ ପୀଡିତ ଥିଲେ । କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨ଜଣଙ୍କର ମୃତୁ୍ୟ ହୋଇଛି । ଗଞ୍ଜାମରେ କରୋନା ମୃତ୍ୟ ସଂଖ୍ୟା ୧୪ରେ ପଂହଚିଥିବା ବେଳେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୫ ଛୁଇଁଲା ।