ସରକାରୀ କର୍ମଚାରୀଙ୍କ ଉପରେ କଟକଣା

ଭୁବନେଶ୍ୱର- ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାରୀ କର୍ମଚାରୀ ଅଫିସ ଆସିବା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସରକାରୀ ଚାକିରିଆ ମାନେ ଭୁବନେଶ୍ୱରରେ ଥିବା ନିଜ ଅଫିସକୁ ଆସିପାରିବେ ନାହିଁ । କଟକ ଓ ଖୋର୍ଦ୍ଧା ମ୍ୟନିସପାଲଟି ଅଂଚଳରୁ ଆସୁଥିବା ଲୋକଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ଭୁବନେଶ୍ୱରରେ ବିଭିନ୍ନ ସରକାରୀ ଅଫିସରେ କାର୍ଯ୍ୟରତ କର୍ମଚାରୀ ଦୈନିକ ବିଭିନ୍ନ ସ୍ଥାନରୁ ଯାତାୟତ କରୁଛନ୍ତି । ତେଣୁ କରୋନା ସଂକ୍ରମଣ ଆଶଙ୍କା ନେଇ ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.

18 − 4 =