ରାଜ୍ୟରେ କରୋନା ନେଲା ଆଉ ଦୁଇ ମୁଣ୍ଡ

ଭୁବନେଶ୍ୱର- କରୋନାରେ ଆଖି ବୁଜିଲେ ଆଉ ଦୁଇ ଆକ୍ରାନ୍ତ । ମୃତକଙ୍କ ଘର ଗଞ୍ଜାମ ଜିଲ୍ଲାରେ ଓ ଉଭୟ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୬୬ ଓ ୪୦ ବର୍ଷ ଥିଲା । ପୂର୍ବରୁ ସେମାନେ ଉଚ୍ଚ ରକ୍ତଚାପ ଓ ଡାଇବେଟିସରେ ପୀଡିତ ଥିଲେ । କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅସ୍ଥାରେ ତାଙ୍କର ମୃତ୍ୟ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବବାର କଲ୍ୟାଣ ବିଭାଗ କହିଛି । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୭ରେ ପଂହଚିଥିବା ବେଳେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

two × 1 =