ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢିଲା ଗାଡି କାଗଜପତ୍ରର ବୈଧତା


ଭୁବନେଶ୍ୱର- ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢିଲା ଗାଡି ଫିଟନେସ, ପରମିଟ୍, ଡ୍ରାଇଭିଂ ଲାଇସେନ୍ସ ଏବଂ ରେଜିଷ୍ଟ୍ରସନ କାଗଜପତ୍ରର ବୈଧତା ଅବଦ୍ଧି । ରାଜ୍ୟରେ ଲକଡାଉନ ସ୍ଥିତି ଜାରି ରିଥିବାରୁ ଏଭଳି ନିଷ୍ପତି ନେଉଛନ୍ତି ପରିବହନ କମିସନର । ଏହି ସମୟସୀମା ମଧ୍ୟରେ କୌଣସି କାଗଜପତ୍ର ବୈଧତା ଶେଷ ହେଲେ ବି ତାକୁୁ ବୈଧ ବୋଲି ବିଚାର କରାଯିବ ନାହିଁ । ମୋଟର ଯାନ ଆଇନ ୧୯୮୮ ଏବଂ କେନ୍ଦ୍ରୀୟ ମୋଟର ଭେଇକିଲ ରୁଲ ୧୯୮୯ ଆଧାରରେ ଲକଡାଉନ ପାଇଁ ବୈଧତା ବୃଦ୍ଧି କରାଯାଉଛି । ଯେଉଁ ଯାନବାହାନର ଫିଟନେସ, ନନ ଟ୍ରାନସପୋର୍ଟ ଭେଇକିଲର ପଞ୍ଜିକରଣ ସାର୍ଟିଫିକେଟ୍, ଡ୍ରାଇଭିଂ ଲାଇସେନ୍ସ ଫେବ୍ରୁଆରି ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଶେଷ ହେଉଥିବ, ସେଗୁଡିକର ବୈଧତା ସେପ୍ଟେମମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୈଧ ବୋଲି ଧରାଯିବ । ଯେଉଁ ଲର୍ଣ୍ଣିଂ ଲାଇସେନ୍ସ ଗୁଡିକର ବୈଧତା ମାର୍ଚ୍ଚ ୧୮ ତାରିଖରୁ ସେପ୍ଟେମ୍ବର ୩୦ ଯାଏ ରହିବ । ସେହିପରି ମାଲପରିବହନ ଗାଡି, ଶିକ୍ଷାନୁଷ୍ଠାନରେ ବ୍ୟବହାର ହେଉଥିବା ବସ, ବ୍ୟକ୍ତିଗତ ଗାଡିର ପରମିଟ୍ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୈଧ ବୋଲି ବିଚାର କରାଯିବ । ଲୋକଙ୍କ ସୁବିଧା ପାଇଁ ଏହି ବୈଧତାକୁ ବୃଦ୍ଧି କରିଛନ୍ତି ବୋଲି ପରିବହନ କମିସନର ସଂଜୀବ ପଣ୍ଡା କରିଛନ୍ତି ।

Leave A Reply

Your email address will not be published.

20 − four =