ଇସ୍ତଫା ଦେବେ ରାହୁଲ ବଜାଜ

ନୂଆଦିଲ୍ଲୀ: ବଜାଜ ଫାଇନାନ୍ସ ଅଧ୍ୟକ୍ଷ ପଦରୁ ରାହୁଲ ବଜାଜ ଇସ୍ତଫା ଦେବେ । ଜୁଲାଇ ୩୧ରୁ ସେ ବଜାଜ ଫାଇନାନ୍ସରୁ ବିଦାୟ ନେବେ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି । କମ୍ପାନିର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରାହୁଲ ବଜାଜ ୧୯୮୭ରୁ ଏହି ପଦରେ ରହି ଆସିଛନ୍ତି । ୫ ଦଶନ୍ଧି ହେବ ସେ ଗ୍ରୁପର ସଂଚାଳନ କାର୍ଯ୍ୟରେ ଜଡିତ ଅଛନ୍ତି । ତେବେ ସେ ଜଣେ ଅଣ-ସ୍ୱାଧୀନ ନିର୍ଦେଶକ ଭାବେ କମ୍ପାନିରେ ଦାୟିତ୍ୱ ଜାରି ରଖିବେ ବୋଲି କମ୍ପାନି ଜଣାଇଛି ।

Leave A Reply

Your email address will not be published.

eighteen − two =