ନୂଆଦିଲ୍ଲୀ- କୃଷି ବିଲ ଆଲୋଚନା ସମୟରେ ବିଶୃଙ୍ଗଳା ଆଚରଣ କରି ରାଜ୍ୟସଭାର ୮ ସାଂସଦ ସପ୍ତାହେ ପାଇଁ ସସପେଣ୍ଡ ହୋଇଛନ୍ତି । ୮ ଜଣ ସାଂସଦଙ୍କ ନାଁ ଡେରିକ ଓ ବ୍ରାଏନ, ସଞ୍ଜୟ ସିଂହ, ରାଜୁ ସତାଭ, କେକେ ରଗେଶ, ରିପୁନ ବୋରା, ଡୋଲା ସେନ, ସୟଦ ନାଜିର ହୁସେନ, ଏ.କରିମ । ସୂଚନାଯୋଗ୍ୟ ଗତକାଲି ରାଜ୍ୟସଭାରେ କୃଷି ବିଲ ଆଗତ ହେବା ପରେ ଟିଏମସି ସାଂସଦ ଡେରେକ ଓବ୍ରାଏନ ଗୃହର ଉପାଧ୍ୟକ୍ଷ ହରିବଂଶ ନାରାୟଣଙ୍କ ନିକଟକୁ ଯାଇ ରୁଲବୁକ୍ ଚିରି ଉପାଧ୍ୟକ୍ଷଙ୍କ ମାଇକ ଛଡାଇବାକୁ ଚେଷ୍ଟା କରିଥିଲେ । ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ମାଇକ ଭାଙ୍ଗି ଦେଇଥିଲେ । ଗୃହରେ ବିରୋଧୀଙ୍କ ଏଭଳି ବିଶୃଙ୍ଗଳା ଆଚରଣକୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏନେଇ ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁଙ୍କ ବାସଭଭନରେ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ବସିଥିଲା ।