ରାଜ୍ୟରେ କରୋନା ପଜିଟିଭ ହାର ୬୮୫୯କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୧୪ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩୧ ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୯୬, ଯାଜପୁର ୪୦, ଖୋର୍ଦ୍ଧା ୨୮, ବରଗଡ ୧୦, ଜଗତସିଂହପୁର ୯, କେନ୍ଦ୍ରାପଡା ୮, କଟକ, କେନ୍ଦୁଝର, ଗଜପତି, ନବରଙ୍ଗପୁରରୁ ୭ ଲେଖାଏଁ,ସୁନ୍ଦରଗଡ଼୬,ମୟୂରଭଞ୍ଜ୫,ଢେଙ୍କାନାଳ ଓ ନୟାଗଡରୁ ୩ ଜଣ ଲେଖାଏଁ,ବାଲେଶ୍ୱର ଓ ଭଦ୍ରକରୁ ଜଣ୨ ଲେଖାଏଁ ,ଓ ସୋନପୁର, ରାୟଗଡା,ଝାରସୁଗୁଡା ଜଣେ ଲେଖାଏଁ ରହିଛନ୍ତି । ସେହିପରି ବାତ୍ୟା ଅମ୍ପାନରେ ନିୟୋଜିତ ଥିବା ୨ ସୁରକ୍ଷା କର୍ମୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯କୁ ବୃଦ୍ଧି ପାଇଥିବା ବେଳେ ୪୭୪୩ ସୁସ୍ଥ ହୋଇଛନ୍ତି । ବର୍ତମାନ ସୁଦ୍ଧା ୨୦୮୬ ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.

18 − 12 =