ବରିଷ୍ଠ ଅଧିକାରୀଙ୍କୁ ସମୟାନୁବର୍ତିତା ପାଇଁ ତାଗିଦ

ଭୁବନେଶ୍ୱର- ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ସମୟ ଅନୁସାରେ ଅଫିସ ଆସିବା ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସଚିବାଳୟ ମୁଖ୍ୟ ସାଶ୍ୱତ ମିଶ୍ର ଏକ ଚିଠିରେ ଉଲ୍ଲେଖ କରି କହିଛନ୍ତି କର୍ମଚାରୀ ମାନେ ସମୟାନୁବର୍ତିତା ହେବା ଆବଶ୍ୟକ, ବିଶେଷ କରି ସଚିବାଳୟ କର୍ମଚାରୀ ମାନେ ଶୀଘ୍ର ଅଫିସ ଆସିବାକୁ ବାଧ୍ୟ କରାଯାଇଛି । ଅଫିସ ସମୟ ଦିିନ ୧୦ ଥିଲେ କର୍ମଚାରୀ ୩୦ ମିନିଟ ବିଳମ୍ବ କରି ଅର୍ଥାତ ୧୦,୩୦ରେ କାର୍ଯାଳୟରେ ପଂହଚୁଛନ୍ତି । ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ସରକାରୀ ଗାଡି ବ୍ୟବସ୍ଥା କରାଯାଇଥିବା ସତ୍ୱେ ସେମାନେ ସମୟାନୁବର୍ତିତା ମାନୁ ନାହିନ୍ତି । ଏହି ସମୟାନୁବର୍ତିତା ନିୟମ ଅଗଷ୍ଟ ୧ ରୁ କଡାକଡି ଭାବେ ପାଳନ କରାଯିବ । ଯେଉଁ କର୍ମଚାରୀ ବିଳମ୍ବରେ ପଂହଚିବ ସେମାନଙ୍କ ଠାରୁ ଗାଡି ପ୍ରତ୍ୟାହାର କରାଯିବ ବୋଲି ସରକାରଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି ।

Leave A Reply

Your email address will not be published.

thirteen + 6 =