ଓଡିଶାରେ ପ୍ରଥମ ପ୍ଲାଜମା ଥୋରାପି ପ୍ରତିରୋପଣ

କଟକ- ଓଡିଶାର ପ୍ରଥମ ପ୍ଲାଜମା ଥେରାପି ପ୍ରତିରୋପଣ ହୋଇଛି କଟକ ଅଶ୍ୱନୀ ହସ୍ପିଟାଲର ଜଣେ ଗୁରୁତର କରୋନା ଆକ୍ରାନ୍ତଙ୍କ ଦେହରେ । କରୋନାରୁ ଆରୋଗ୍ୟ ଲାଭ କରିଥିବା ୪ ବ୍ୟକ୍ତିଙ୍କ ଠାରୁ ଏସିବି ମୋଡିକାଲ ୪ ୟୁନିଟ ପ୍ଲାଜାମା ସଂଗୃହୀତ କରିଥିଲା । ଅଶ୍ୱିନୀ ମୋଡିକାଲରେ ଚିକିିିତ୍ସିତ ହେଉଥିବା ଜଣେ ୪୮ ବର୍ଷୀୟ ଯୁବକଙ୍କ ଦେହରେ ବି-ପଜେଟିଭ ପ୍ଲାଜମା ପ୍ରତିରୋପଣ କରାଯାଇଛି ବୋଲି କରୋନା ବୈଷୟିକ କମିଟି ମୁଖପାତ୍ର ଜୟନ୍ତ ପଣ୍ଡା କହିଛନ୍ତି । କୋଭିଡ-୧୯ରେ ମୃତୁ୍ୟ ବରଣ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ସହାୟକ ହୋଇପାରିବ । ପ୍ଲାଜମା ଦେବା ପୂର୍ବରୁ କେତେ ଗୁଡିଏ ସର୍ତ ରହିଛି । ଯେଉଁ ବ୍ୟକ୍ତିଙ୍କ ବୟସ ୧୮-୬୦ ବର୍ଷ ମଧ୍ୟରେ ହୋଇଥିବ ଓ ଓଜନ ହାରାହାରି ୫୦ କେଜି ଉପରକୁ ଥିବ । ଏତଦ୍ ବ୍ୟତିତ ପୂର୍ବରୁ ସେ ଅନ୍ୟ କୌଣସି ରୋଗରେ ପୀଡିତ ନଥିବ । କରୋନାରୁ ସୁସ୍ଥ ହେବାର ୨୮ ଦିନ ପରେ ଜଣେ ବ୍ୟକ୍ତି ପ୍ଲାଜମା ଡୋନେଟ କରିପାରିବ । ଡୋନେଟେ କରିବା ପୂର୍ବରୁ ପ୍ରଥମେ ଆଂଟିବଡି ଟେଷ୍ଟ କରାଯିବ । ଯେଉଁ ମହିଳା ମାନେ ସନ୍ତାନ ପ୍ରଶବ କରିଥିବେ ସେମାନେ ପ୍ଳାଜମା ଦେଇପାରିବେ ନାହିଁ । ଏ ସମ୍ପର୍କରେ ପ୍ରଫେସର ଡ. ପଙ୍କଜ ପରିଡା କହିଛନ୍ତି, ପ୍ଲାଜମା ରୋପଣ ଦ୍ୱାରା ଗୁରୁତର କରୋନା ଆକ୍ରାନ୍ତ ବହୁ ମାତ୍ରାରେ ଉପକୃତ ହୋଇପାରିବେ ।

Leave A Reply

Your email address will not be published.

1 × four =