କମିଶନରେଟ ପୋଲିସ ପକ୍ଷରୁ ଫିଟନେସ ଟାର୍ଗେଟ

ଭୁବନେଶ୍ୱର- କଟକ- ଭୁବନେଶ୍ୱର ଦୌତନଗର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସମସ୍ତ ପୋଲିସ କର୍ମଚାରୀଙ୍କ ପାଇଁ ଫିଟେନେସ ଟାର୍ଗେଟ ଦେଇଛନ୍ତି । ଏହା କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଚିନ୍ତା ବଢାଇ ଦେଇଛି । ଯେଉଁ କର୍ମଚାରୀ ଏଥିରୁ ଫେଲ ମାରବେ ଇନକ୍ରିମେଂଟ ବନ୍ଦ ହେବା ସହ ଚାକିରିରୁ ବିଦା ହୋଇପାରନ୍ତି । କମିଶନରଙ୍କ ଏଭଳି ନିଷ୍ପତି ପୋଲିସ କର୍ମଚାରୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ଆଗାମୀ ଏକ ସପ୍ତାହ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ଉଚ୍ଚତା ଏବଂ ଓଜନ ମାପ ହେବ । ଏହା ପରେ ବଡି ମାସ ଇଣ୍ଡେକ୍ସ ଲିଖିତ ଆକାରରେ ପ୍ରଦାନ କରାଯିବ । ବୟସ ଓ ଉଚ୍ଚତା ଅନୁସାରେ ଓଜନ କେତେ ରହିବା ଦାରକାର ତାହା ବିଏମଆଇରେ ଉଲ୍ଲେଖ ରହିବ । ୧୯ରୁ ୨୫ ପର୍ଯ୍ୟନ୍ତ ବିଏମଆଇ ଥିଲେ ତାହା ସ୍ୱାଭାବିକ ବୋଲି ଧରାଯିବ । ୩୦ ହେଲେ ମେଦବହୁଳତା ବୋଲି ଧରାଯିବ । ୩ ମାସ ବ୍ୟବଧାନରେ ଅର୍ଥାତ ନଭେମ୍ବରରେ କର୍ମଚାରୀଙ୍କ ଓଜନ ମାପ କରାଯିବ । ଯେଉଁମାନଙ୍କର ବିଏମଆଇ ୩୦ରୁ ଅଧିକ ଥିବ ସେମାନେ ବାଧ୍ୟତାମୂଳକ ଭାବେ ବ୍ୟାୟାମ କରିବେ । ଏତଦ ବ୍ୟତିତ ୬ ସପ୍ତାହ ରିଫ୍ରେଶର କୋର୍ସ କରିବେ । ଯେଉଁମାନେ ଆଦେଶକୁ ଅବମାନନା କରିବେ ସୋମନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଇନକ୍ରିମେଂଟ ମଧ୍ୟ ବନ୍ଦ କରାଯାଇପାରେ । ଦରକାର ପଡିଲେ ସ୍ୱାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇପାରେ ବୋଲି କମିଶନର କହିଛନ୍ତି ।

Leave A Reply

Your email address will not be published.

17 − 13 =