ଭୁବନେଶ୍ୱର- ଦୀର୍ଘ ୧୪ ଦିନ ବ୍ୟବଧାନ ପରେ ଖୋଲିଲା ୟୁନିଟ-୪ ମାର୍କେଟ । ତେଣୁ ଆଜି ସକାଳେ ଗ୍ରାହକଙ୍କ ପ୍ରବଳ ଭିଡ । ସମସ୍ତେ କୋଭିଡ ନିୟମକୁ ପାଳନ କରି ମୁହଁରେ ମାକ୍ସ ଓ ସାମାଜିକ ଦୂରତା ରକ୍ଷା କରିଥିବାର ଦେଖିବାକୁ ମିଳିଛି । ୟୁନିଟ-୪ ମାର୍କେଟରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ବିଏମସି ପକ୍ଷରୁ ଏହି ମାର୍କେଟକୁ ବନ୍ଦ କରିଦିଆଯାଇଥିଲା । ତେଣୁ ସମସ୍ତ ବ୍ୟବସାୟୀଙ୍କ ସ୍ୱାବ ସଂଗ୍ରହ କରାଯାଇଥିବା ବେଳେ ଏଥିରୁ ଆଉ ୮ ପଜିଟଭି ଚିହ୍ନଟ ହୋଇଥିଲେ । ମାର୍କେଟକୁ ସଂପୂର୍ଣ୍ଣ ରୂପେ ବିଶୋଧନ କରାଯାଇଥିଲା । ମାକେର୍ଟ ସିଲ ହେବାର ୧୪ ଦିନ ପୂରି ଯାଇଥିବାରୁ ଶୁକ୍ରବାର ବିଏମସି ପକ୍ଷରୁ ମାର୍କେଟ୍ ଖୋଲିବା ନେଇ ନିଷ୍ପତି ହୋଇଥିଲା । ବିଏମସି ଦକ୍ଷିଣ-ପୂର୍ବ ଜୋନ୍ ଡେପୁଟି କମିସନର ଅଂଶୁମାନ ରଥ କହିଛନ୍ତି ଯେ ବ୍ୟବସାୟୀଙ୍କ ଠାରୁ ଅଣ୍ଡରଟେକିଂ ଲେଖି ମାର୍କେଟ ଖୋଲିବାକୁ ନିଷ୍ପତି ନେଇଛୁ । ଯଦି ବ୍ୟବସାୟୀ ମାକ୍ସ ନ ପିନ୍ଧନ୍ତି କିମ୍ବା କୋଭିଡ ନିୟମ ଉଲ୍ଲଘଂନ କରନ୍ତି ତେବେ ପୁଣି ଥରେ ମାର୍କେଟ ବନ୍ଦ କରିବାକୁ ବାଧ୍ୟ ହେବୁ ବୋଲି ବିଏମସିର ଏସଓପି କହିଛନ୍ତି ।