ଶ୍ରୀ ମନ୍ଦିର ସେବାୟତଙ୍କୁ କରୋନା ପଜିଟିଭ

ପୁରୀ- ଶ୍ରୀ ଜଗନ୍ନାଥ ମନ୍ଦିରର ଜଣେ ସେବାୟତ କରୋନାରେ ଆକ୍ରାନ୍ତ । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଯେଉଁ ମାନେ ରଥଯାତ୍ରାରେ ନିୟୋଜିତ ହେବେ ସେମାନଙ୍କ କୋଭିଡ -୧୯ ପରୀକ୍ଷା କରିଯିବ । ତେବେ ଗତକାଲି ୧୧୪୩ ସେବାୟତଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ଭିତରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି । ଚିହ୍ନଟ ସେବାୟତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣଂଟାକ୍ଟ ଟ୍ରେସିଂ ଜାରି ରହିଥିବା ପୁରୀ ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

seven − 7 =