ବେଙ୍ଗାଲୁର- ମନ୍ତ୍ରୀ, ସଂସଦ ଓ ବିଧାୟକଙ୍କ ବିଳାସମୟ କୁମାର କୃପା ଗେଷ୍ଟ ହାଉସର ୧୦୦ କୋଠରିକୁ କୋଭିଡ ସେଂଟର କରିଛନ୍ତି କର୍ଣ୍ଣାଟକ ସରକାର । ଉତମ ପରିଚାଳନା ନିମନ୍ତେ ଗାଇଡଲାଇନ ଅନୁଯାୟୀ ୩୩% କାର୍ଯ୍ୟକଳାପ ଜାରି ରଖିବାକ ହୋଟଲକୁ କୁହାଯାଇଛି । ଏହା ବ୍ୟତୀତ କରୋନାଭାଇରସ ମୁକାବିଲା କରିବା ସହ ସବୁବେଳେ କୋଠରି ସୁବିଧା ଉପଲବ୍ଧ କରାଇବାକୁ ଏହି ହୋଟଲକୁ ସରକାର ନିର୍ଦେଶ ଦେଇଛନ୍ତି । କୋଭିଡ -୧୯ ସଂକ୍ରମଣ ରୋକିବା ଉଦେଶ୍ୟରେ କର୍ଣ୍ଣାଟକ ସରକାର ସହରରେ ଥିବା ୬୬ ଘରୋଇ ଡାକ୍ତରଖାନା ଓ ମୋଡିକାଲ କଲେଜର ଫିଭର କ୍ଳିନିକ ଏବଂ ସ୍ୱାବ କଲେକ୍ସନ ସେଂଟରକୁ ମଧ୍ୟ ଆଦେଶ ଦେଇଛନ୍ତି ।