ପୁରୀ-ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରିବାକୁ କଲଚରାଲ ସର୍କଲ ଅଧ୍ୟକ୍ଷ ଜେ କେ ମହାନ୍ତି କେନ୍ଦ୍ର ସରକାରଙ୍କୁ ଚିଠି ଲେଖଛନ୍ତି । ରଥଯାତ୍ରା ପୁରୀ କିମ୍ବା ଓଡିଶା ଭିତରେ ସୀମିତ ନୁହେଁ ବଂର ସାରା ଦେଶ ଓ ବିଦେଶରେ ଏହା ଅନୁଷ୍ଠିତ ହେଉଥିବାରୁ ଏହାକୁ ଜାତୀୟ ଛୁଟି ଘୋଷଣା କରାଯିବା ଉଚିତ୍ । ରଥା ରୁଢ ତିନି ଠାକୁରଙ୍କୁ ଦର୍ଶନ କରିବା ଓ ରଥ ଟାଣିବା ପାଇଁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ସଂପ୍ରଦାୟ ଭକ୍ତଙ୍କ ମଧ୍ୟରେ ଉତ୍ସାହ ରହିଛିି । ତେଣୁ ଘୋଷଯାତ୍ରାର ପ୍ରଥମ ଦିନ ଜାତୀୟ ଛୁଟି ଘୋଷଣା କଲେ ବହୁ ସଂଖ୍ୟାକ ଭକ୍ତ ରଥଯାତ୍ରାରେ ସାମିଲ ହୋଇପାରିବେ । ଏହା ସହିତ ଆମ ସଂସ୍କୃତି ଓ ପର୍ଯ୍ୟଟନ ମଧ୍ୟ ରଥଯାତ୍ରା ମାଧ୍ୟମରେ ଅଧିକ ବିକିଶିତ ହୋଇପାରିବ । ଏହି ସବୁକୁ ଦୃଷ୍ଟିରେ ରଖି ରଥଯାତ୍ରାକୁ ଜାତୀୟ ଛୁଟି ମାନ୍ୟତା ଦେବାକୁ ଶ୍ରୀ ମହାନ୍ତି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଳାଦ ସିଂହ ପଟେଲ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି ।