ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ- ଗୋଟିଏ ଦିନର ବ୍ୟବଧାନ ପରେ ପୁଣି ବଢିଲା ତେଲ ଦର । ପେଟ୍ରୋଲ ଲିଟର ପିଛା ୫ ପଇସା ଓ ଡିଜେଲ ଲିଟର ପିଛା ୧୩ ପଇସା ବୃଦ୍ଧି ହୋଇଛି । ବର୍ଦ୍ଧିତ ତେଲ ଦର ହିସାବରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ୪୩ ପଇସା ଓ ଡିଜେଲ ଦର ଲିଟର ପିଛା ୮୦ ଟଙ୍କା ୫୩ ପଇସାକୁ ବୃଦ୍ଧି ପାଇଛି । ପେଟ୍ରୋଲ ଠାରୁ ଡିଜେଲ ଦର ଉଚ୍ଚା ରହିଛି । ଗତ ୨୧ ପରେ ଗତକାଲି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଥିଲା । ତେବେ ଦିନ ଟିଏ ପରେ ପୁଣି ଥିରେ ତେଲ ଦର ବୃଦ୍ଧି ଘଟିଛିି । ତେଲ ଦର ଅହେତୁକ ବୃଦ୍ଧି ଯୋଗୁଁ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ।

Leave A Reply

Your email address will not be published.

5 × 1 =