ଖୋର୍ଦ୍ଧା ପୌର ପରିଷଦ ଅଫିସ ସିଲ୍

ଭୁବନେଶ୍ୱର- ଖୋର୍ଦ୍ଧା ପୌର ପରିଷଦ କାର୍ଯ୍ୟାଳୟକୁ ସିଲ କରିଛନ୍ତି ଜିଲ୍ଲାପାଳ । ଏହି କାର୍ଯ୍ୟାଳୟର ଜଣେ କର୍ମଚାରୀ ଓ ତାଙ୍କ ପୁଅ ପଜିଟିଭ ଚିହ୍ନଟ ହେବାପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏପରି ନିଷ୍ପତି ନେଇଛନ୍ତି । ସଂକ୍ରମିତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ୩୩ ଜଣଙ୍କ ସ୍ୱାବ ଟେଷ୍ଟ ପାଇଁ ନିର୍ଦେଶ ଦିଆଯିବା ସହ କରୋନା ସଂକମ୍ରିତ ବ୍ୟକ୍ତି ରହୁଥିବା ସାହିକୁ ୫ ତାରିଖ ପର୍ଯ୍ୟନ୍ତ କଂଟେନମେଂଟ ଘୋଷଣା କରାଯାଇଛି । ୧୫ ନମ୍ବର ୱାର୍ଡର ତେଲେଙ୍ଗାନା ସାହି ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ କଂଟେନମେଂଟ ରହିବ । ସମସ୍ତଙ୍କ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ପୌର ପରିଷଦ କାଯ୍ୟାଳୟ ବନ୍ଦ ରହିବ ବୋଲି ଜିଲ୍ଳାପାଳ କହିଛନ୍ତି ।

Leave A Reply

Your email address will not be published.

4 × 1 =