ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୪ରେ ପହଂଚିଲା

ଭୁବନେଶ୍ୱର- କରୋନାରେ ଆଖି ବୁଜିଲେ ୫ ଆକ୍ରାନ୍ତ । ମୃତକଙ୍କ ମଧ୍ୟରେ ୨ଜଣଙ୍କ ଘର ଖୋର୍ଦ୍ଧା ଜିଲ୍ଲା ହୋଇଥିବା ବେଳେ ଆଉ ୩ ଜଣଙ୍କ ଘର ଗଞ୍ଜାମ ଜିଲ୍ଲା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଗଞ୍ଜାମର ତିନି ମୃତକ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୫୦, ୨୭ ଓ ୩୫ ବର୍ଷ ହୋଇଥିଲା । ସେହିପରି ଖୋର୍ଦ୍ଧାର ଦୁଇ ମୃତକ ହେଉଛନ୍ତି ଭୁବନେଶ୍ୱରର ବାସିନ୍ଦା । ସେମାନେ ପୁରୁଷ ଓ ବୟସ ୫୧ ଓ ୬୪ ବର୍ଷ ଥିଲା । ପୂର୍ବରୁ ସେମାନେ ବିଭିନ୍ନ ରୋଗରେ ପୀଡିତ ଥିଲେ । କୋଭଡି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୁତ୍ୟୁ ହୋଇଛି । ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦ ରେ ପହଂଚିଥିବା ବେଳେ ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ରେ ପହଂଚିଛି ।

Leave A Reply

Your email address will not be published.

4 − two =