ବ୍ରହ୍ମପୁର ଏମକେସିଜି ଓପିଡି ବନ୍ଦ

ବ୍ରହ୍ମପୁର- ଓଡିଶାର ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଉଥିବାରୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲର ଓପିଡିକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ଜିଲ୍ଲାପାଳ । ମେଡିକାଲର ପ୍ରବେଶପଥ ବ୍ୟତୀତ ଅନ୍ୟ ସମସ୍ତ ପ୍ରବେଶପଥ ସିଲ କରିବା ଲାଗି ବ୍ୟାରିକେଡ୍ ତିଆରି କରିବାକୁ ପୂର୍ତ ବିଭାଗକୁ ନିର୍ଦେଶ ଦିଆଯିବା ସହ କ୍ୟାମ୍ପସର ମୁଖ୍ୟ ପ୍ରବେଶ ପଥରେ ପୁଲିସ ମୁତୟନ କରିବାକୁ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦେଶ ଦିଆଯାଇଛି । କେବଳ ହସ୍ପିଟାଲ ର୍କମଚାରୀ ଓ ଗୁରୁତର ରୋଗୀଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ମେଡିକାଲ ପରିସରରେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତା ମୂଳକ । ରୋଗୀଙ୍କ ସହ କେବଳ ଜଣେ ଆଟେଣ୍ଡାଂଟଙ୍କୁ ଅନୁମତି ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ଆଶଙ୍କାରେ ସାଧାରଣ ରୋଗୀଙ୍କୁ ରୁଟିନ ଓପିଡି ଯିବାକୁ ବାରଣ କରାଯାଇଛି । ଏଥିପାଇଁ ୪୦ ଜଣିଆ ଡାକ୍ତରଙ୍କ ଏକ ତାଲିକା ଓ ସେମାନଙ୍କ ମୋବାଇଲ ନମ୍ବର ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ରୋଗୀଙ୍କର କୌଣସି ଅସୁବିଧା ହେଲେ ଡାକ୍ତରଙ୍କ ଠାରୁ ହ୍ୱାଟସଅପ ଓ ଭିଡିଓ କଲିଂ ଜରିଆରେ ପରାମର୍ଶ ନେଇପାରିବେ । ଏତଦ୍ ବ୍ୟତିତ ଯେଉଁ ମାନେ ନିୟମ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.

5 + three =