ଅବସାଦରେ ଥିଲେ ଆଦିତ୍ୟ: ରହସ୍ୟ ଖୋଲିଲେ ସାଙ୍ଗ

ଭୁବନେଶ୍ୱର- ଲିଙ୍ଗରାଜ ରେଳଷ୍ଟେସନରୁ ଜଣାଶୁଣା ଯୁବ ସମାଜସେବୀ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତଦେହ ଉଦ୍ଧାର ଘଟଣାର ଛାନ୍ଭିନ୍ ଚାଲିଛି । ସେହିଭଳି ଆଦିତ୍ୟଙ୍କ ଶବ ଉଦ୍ଧାର ସ୍ଥାନ ହି ସୃଷ୍ଟି କରିଛି ବଡ ସନେ୍ଦହ । ଖୁସିର ସୁତ୍ର ଖୋଜୁଥିବା ମଣିଷଟିଏ ଆତ୍ମହତ୍ୟା କେମିତି କରିବ ତାକୁ ନେଇ ଏବେ ବଡ ପ୍ରଶ୍ନ ଉଠୁଛି । ତେବେ ସୋସିଆଲ ମିଡିଆରେ ଆଦିତ୍ୟ ପୋଷ୍ଟ ନେଇ ଖୋଳତାଳ ଚାଲିଛି । ସେପଟେ ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିନାହାନ୍ତି ବରଂ ଏହା ପଛରେ କିଛି ଷଡଯନ୍ତ୍ର ଥାଇପାରେ ବୋଲି ସନ୍ଦେହ କରୁଛନ୍ତି ଆଦିତ୍ୟଙ୍କ ପତ୍ନୀ ।ମଙ୍ଗଳବାର ଆଦିତ୍ୟଙ୍କ ଭୁବନେଶ୍ୱର ଲିଙ୍ଗରାଜ ରେଳଧାରଣା କଡରୁ ଆଦିତ୍ୟଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା । ତେବେ ସେ ରେଳ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ମାରିଦିଆଯିବା ପରେ ରେଳଧାରଣାରେ ଫଙ୍ଗି ଦିଆଯାଇଛି ତାହା ସନ୍ଦେହ ଘେରରେ ଅଛି । ବୌଦ୍ଧ ଜିଲ୍ଲାରେ ଜନ୍ମ ହୋଇଥିବା ଆଦିତ୍ୟ ଭୁବନେଶ୍ୱର ସୁନ୍ଦରପଦାରେ ଏକ ବୃଦ୍ଧାଶ୍ରମ ଚଳାଉଥିଲେ । ଏହାର ନାମ ଥିଲା ପିପୁଲ ଫର ସେବା ।ଆଦିତ୍ୟ ଆଖପାଖ ଅଂଚଳରେ ଜଣେ ସ୍ୱେଚ୍ଛାସେବୀ ଥିଲେ । ତାଙ୍କ ମୃତ୍ୟୁ ରେ ବୃଦ୍ଧାଶ୍ରମର ଅନ୍ତେବାସୀ ଗୁମୁରୀ ଗୁମୁରୀ କାନ୍ଦୁଛନ୍ତି । ସମସ୍ତେ ଆଦିତ୍ୟଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛନ୍ତି ।ଆଦିତ୍ୟଙ୍କୁ ଝୁରି ଝୁରି ସକାଳ ଖାଇବା ବି ଫୋପାଡି ଦେଇଛନ୍ତି ଜଣେ ବୃଦ୍ଧା । ସେପଟେ ଆଦିତ୍ୟଙ୍କ ଜଣେ ସାଙ୍ଗ କହିଛନ୍ତି , ଆଦିତ୍ୟ ଭାଇ ୧୫ ଦିନ ହେଲା ଅବସାଦରେ ଥିଲେ । ସେ ବୋଧହୁଏ ବିବାହ ପରେ ବୃଦ୍ଧାଶ୍ରମ ଛାଡି ବ୍ୟବସାୟ କରିବେ ବୋଲି ଚିନ୍ତା କରୁଥିଲେ ।

Leave A Reply

Your email address will not be published.

one × four =