ଧରାପଡିଲା ଗ୍ୟାଙ୍ଗଷ୍ଟାର ଦୁବେ

ଉତରପ୍ରଦେଶ- ମୋଷ୍ଟୱାଂଟେଣ୍ଡ ବିକାଶ ଦୁବେଙ୍କୁ ଗିରଫ କରିଛି ପୋଲିସ । କାନପୁରରେ ୮ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ବିକାଶ ଦୁବେ ଶେଷରେ ପୁଲିସ ହାତରେ ଧରାପଡିଛି । ମଧ୍ୟପ୍ରଦେଶ ଉଜୈନରେ ଥିବା ମହାକାଳ ମନ୍ଦିରକୁ ଯାଉଥିବା ସମୟରେ ପୋଲିସ ଗିରଫ କରି ରାସ୍ତାରେ ଚଳାଇ ଚାଳଇ ଗାଡିକୁ ନିଆଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଆସନ୍ତାକାଲି ସୁଦ୍ଧା ବିକାଶକୁ ଏସଟିଏଫ ରିମାଣ୍ଡରେ ନେବେ ବୋଲି ଜଣାପଡିଛି । ସୂଚନାମୂତାବକ ଉତରପ୍ରଦେଶ ପୋଲିସ ଦୁବେଙ୍କ ସମ୍ପର୍କରେ ସୂଚନା ଦେଇଥିଲେ ମଧ୍ୟ ବିସ୍ତୁତ ତଥ୍ୟ ଦେଇନାହିଁ । ଏବେ ତାକୁ ଉଜୈନରୁ କାନପୁର ଅଣାଯାଉଛି । ସୁବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତକାଲି ସନ୍ଧ୍ୟାରେ ବିକାଶକୁ ନୋଏଡାରେ ଠାବ କରାଯାଇଥିଲା କିନ୍ତୁ ସେ ପୋଲିସ ଆଖିରେ ଧୂଳି ଦେଇ ମଧ୍ୟପ୍ରଦେଶରେ ପଂହଚିଥିଲା । ନୋଏଡାର ଏକ ଟିଭି ଚ୍ୟାନେଲରେ ଆତ୍ମସମର୍ପଣ କରିବାର ସୂଚନା ମିଳିଛି । ଉତରପ୍ରଦେଶ ପୋଲିସ ହାବୁଡରେ ପଡିବା ମାତ୍ରେ ତାକୁ ଗୁଳିକରିବାର ଭୟ ତା ମନରେ ଥିଲା । ପୋଲିସ ନୋଏଡାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା । କିନ୍ତୁ ଦୁବେ ନିଜ ଯୋଜନାରେ ପରିବର୍ତନ କରି ଉଜୈନ ଚାଲି ଯାଇଥିଲା । ମଧ୍ୟପ୍ରଦେଶ ପୋଲିସ ତାକୁ ଏନକାଂଉଟର କରିବ ନାହିଁ ବୋଲି ସେ ନିଜେ ତାର ଠିକଣା ବିଷୟରେ ମଧ୍ୟପ୍ରଦେଶ ପୁଲିସକୁ ସୂଚନା ଦେଇଥିଲା । ଜୁନ ୩ ଏନକାଉଂଟର ପରେ ବିକାଶ ଫେରାର ଥିଲା । ତା ବିଷୟରେ ସୂଚନା ଦେଲେ ୫ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି ପୋଲିସ ଘୋଷଣା କରିଥିଲେ । ତା ଉପରେ ୬୦ରୁ ଅଧିକ ହତ୍ୟା, ଲୁଟ ଓ ଧମକ ଦେଇ ବଟି ଆଦାୟ ଭଳି ମାମଲା ରହିଛି । ତାକୁ ଧରିବା ପାଇଁ ୨୦ ଟି ଟିମ ଗଠନ କରାଯାଇଥିଲା ।

Leave A Reply

Your email address will not be published.

9 − one =