ଓଡିଶାରେ କରୋନା ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି


ଭୁବନେଶ୍ୱରେ- ପ୍ରତ୍ୟେକ ଦିନ କେହିନା କେହି କରୋନାରେ ମୃତ୍ୟୁ ବରଣ କରୁଛନ୍ତି । ଯେଉଁ ହାରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେହି ଅନୁପାତରେ ମୃତ୍ୟୁ ସଂଖ୍ୟ ମଧ୍ୟ ବୃଦ୍ଧି ପାଉଛି । ଗତ ୨୪ ଘଂଟାରେ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ୨ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଗଜପତି ଓ ଅନୁଗୁଳରୁ ଜଣେ ଲେଖାଏଁ ରହିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୫୭,୬୦,୫୬ ଓ ୬୬ ବର୍ଷ ରହିଛି । ଗଞ୍ଜାମର ୬୦ ବର୍ଷୀୟ ବ୍ୟକ୍ତି ପୂର୍ବରୁ କିଡନୀ ରୋଗରେ ପୀଡିତ ଥିଲେ । ସେହିପରି ୫୭ ବର୍ଷୀୟ ବ୍ୟକ୍ତି ମଧୁମେହରେ ପୀଡିତ ଥିଲେ । ଅନୁଗୁଳ ଜିଲ୍ଲାର ୬୬ ବର୍ଷୀୟ ବୃଦ୍ଧ ଟ୍ୟୁମରଜନିତ ରୋଗରେ ଓ ଗଜପତି ଜିଲ୍ଲାର ୫୬ ବର୍ଷୀୟ ବ୍ୟକ୍ତି ମଧୁମେହ ଓ ହାର୍ଟ ରୋଗରେ ପୀଡିତ ଥିଲେ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ୫୦ରେ ପଂହଚିଛି । ଗଜପତି ଓ ଅନୁଗୁଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩ରେ ପଂହଚିଛି

Leave A Reply

Your email address will not be published.

3 + thirteen =