କରୋନାରେ ଆଖି ବୁଜିଲେ ୩ ଆକ୍ରାନ୍ତ


ଭୁବନେଶ୍ୱର- ରାଜ୍ୟରେ କରୋନା ନେଲା ଆଉ ୩ ମୁଣ୍ଡ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ୨ ଗଞ୍ଜାମ ଜିଲ୍ଲାର ଓ ଜଣେ ଗଜପତିର ବୋଲି ସୂଚନା ମିଳିଛି । ସେମାନଙ୍କ ବୟସ ଯଥାକ୍ରମେ ୬୩,୬୦ ଓ ୪୮ ରହିଛି । ଗଞ୍ଜାମ ଜିଲ୍ଲାର ୨ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ସେହିପରି ଗଜପତିର ୪୮ ବର୍ଷୀୟ ମହିଳା ପୂର୍ବରୁ ମେଦବହୁଳତା ଓ ନିଦ୍ରାହିନତା ଜନିତ ରୋଗରେ ପୀଡିତଥିଲେ । କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୫୨ରେ ପଂହଚିଥିବା ବେଳେ ଗଜପତିରେ ଏହି ସଂଖ୍ୟା ୩କୁ ବୃଦ୍ଧି ପାଇଛି । ସମୁଦାୟ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩ରେ ପଂହଚିଛି ।

Leave A Reply

Your email address will not be published.

twelve − seven =