କରୋନା ନେଲା ଆଉ ୬ ମୁଣ୍ଡ


ଭୁବନେଶ୍ୱରେ- ରାଜ୍ୟରେ କରୋନାରେ ଆଖିବୁଜିଲେ ଆଉ ୬ ଆକ୍ରାନ୍ତ । ମୃତକଙ୍କ ମଧ୍ୟରୁ ୫ ଜଣ ହଟସ୍ପଟ ଗଞ୍ଜାମର ହୋଇଥିବା ବେଳେ ଜଣେ ଗଜପତିର ଅଛନ୍ତି । ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ୫ଜଣଙ୍କ ମଧ୍ୟରୁ ୭୦ ବର୍ଷୀୟ ଜଣେ ବୃଦ୍ଧା ରହିଛନ୍ତି । ସେ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ । ଅନ୍ୟ ୨ ଜଣ ୪୦ ଓ ୫୪ ବର୍ଷୀୟ ପୁରୁଷ ରହିଛନ୍ତି । ଅନ୍ୟ ଜଣେ ୪୨ ବର୍ଷୀୟ ପୁରୁଷ ଯିଏକି ମଧୁମେହରେ ଆକ୍ରାନ୍ତ ଥିଲେ । ସେହିପରି ଅନ୍ୟ ଜଣେ ୫୨ ବର୍ଷୀୟ ପୁରୁଷ ଓ ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଗଜପତି ଜିଲ୍ଲାର ଜଣେ ୫୫ ବର୍ଷୀୟ ମହିଳା , ପୂର୍ବରୁ ସେ ମଧୁମେହରେ ଆକ୍ରାନ୍ତ ଥିଲେ । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୫୯ରେ ପଂହଚିଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୯୭ରେ ପଂହଚିଛି ।

Leave A Reply

Your email address will not be published.

3 × five =