ଭୁବନେଶ୍ୱର- ପଂଚଭୂତରେ ଲୀନ ହେଲା ବିଜୟ ମହାନ୍ତିଙ୍କ ମରଶରୀର । ଭୁବନେଶ୍ୱର ସତ୍ୟନଗର ଶଶ୍ମାନରେ ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଦାହ ସଂସ୍କାରରେ ଜ୍ୱାଇଁ ଦେଲେ ମୁଖାଗ୍ନି । କୋଭିଡ କଟକଣାକୁ ମାନି କମ ସଂଖ୍ୟକ ଲୋକ ଶଶ୍ମାନରେ ଉପସ୍ଥିତ ରହିଥିଲେ । ସମସ୍ତଙ୍କ ଆଖିରୁ ଝରିପଡୁଥିଲା ଲୁହ । ତାଙ୍କ ପାର୍ଥିବ ଶରୀରକୁ ମେଡିକାଲରୁ ବିମିଖାଲ ସ୍ଥିତ ବାସଭବନକୁ ନିଆଯାଇଥିଲା । ସେଠାରେ ଅନେକ ପ୍ରଶଂସକ, ଶୁଭେଛୁ, ଓଲିଉଡର ଅନେକ କଳାକାର ଓ ପରିବାର ଲୋକ ଶେଷ ଦର୍ଶନ କରିଥିଲେ । ଏହାପରେ ତାଙ୍କ ଜୀବନ ବିତିଥିବା ଉକ୍ରଳ ସଂଗୀତ ମହାବିଦ୍ୟାଳୟକୁ ନିଆଯାଇଥିଲା । ସେଠାରେ ଅନେକ ଓଲିଉଡ କଳାକାର ଓ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଶେଷ ସମ୍ମାନ ଜଣାଇଥିଲେ । ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା ।