ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି  ବେକାବୁ ହେବାରେ ଲାଗିଛି । ଆଜି ଗୋଟିଏ ଦିନରେ ରେକର୍ଡ ପାର କରିଛି  ଆକ୍ରାନ୍ତଙ୍କ ସଂଖ୍ୟା ।   ଏମାନଙ୍କ  ମଧ୍ୟରୁ  ୮୪୭ ସଙ୍ଗରୋଧ  କେନ୍ଦ୍ରର ହୋଇଥିବା ବେଳେ ୪୧୭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଗତ ୨୪ ଘଂଟାରେ  ୧୨୬୪ ନୂଆ କରୋନା ପଜିଟିଭ  ଚିହ୍ନଟ ହୋଇଛନ୍ତି ବୋଲି  ରାଜ୍ୟ  ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ  ଗଞ୍ଜାମରୁ ସର୍ବାଧିକ ୫୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ ଖୋର୍ଦ୍ଧା ୧୩୭, ଗଜପତି  ୭୪, ଅନୁଗୁଳ ୭, ବାଲେଶ୍ୱର ୯, ବରଗଡ ୨୪, ଭଦ୍ରକ ୩୦, ବଲାଙ୍ଗିର ୧, ବୈଦ୍ଧ ୨, କଟକ ୪୭, ଢେଙ୍କାନାଳ ୬, ଜଗତସିଂହପୁର ୪, ଯାଜପୁର ୧୭, ଝାରସୁଗୁଡା ୩, କଳାହାଣ୍ଡି ୭, କନ୍ଧମାଳ ୨୯, କେନ୍ଦ୍ରାପଡା ୮, କେନ୍ଦୁଝର ୨୫, କେରାପୁଟ ୨୭,ମୟୂରଭଞ୍ଜ ୧୫,  ନବରଙ୍ଗପୁର ୪ ଲେଖାଏଁ ରହିଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ  ସଂଖ୍ୟା ୨୧,୦୯୯ ହୋଇଥିବା ବେଳେ ୧୩,୭୪୯ ଜଣ ସୁସ୍ଥ ହୋଇଛନ୍ତି । ଏଯାବତ୍ ୭୨୦୫ ଆକ୍ରାନ୍ତ ବିଭିନ୍ନ  ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।
 
			