କୋଭିଡ ହସ୍ପିଟାଲର ଅଗ୍ନି ନିରାପତା ସୁରକ୍ଷା ଯାଂଚ

ଭୁବନେଶ୍ୱର- ରାଜ୍ୟର ସମସ୍ତ କୋଭିଡ ମେଡିକାଲରେ ଅଗ୍ନି ନିରାପତା ସୁରକ୍ଷା ଯାଂଚ କରାଯିବ ବୋଲି ଅଗ୍ନଶମ ଡିଜି ସତ୍ୟଜିତ ମହାନ୍ତି କହିଛନ୍ତି । ଅଗ୍ନି ନିରାପତା ଯାଂଚ କରିବାକୁ ଏଏଓ ଏବଂ ଡିଏଓଙ୍କୁ କୁହାଯାଇଛି । ଯାଂଚ ସମୟରେ ଯଦି କୌଣସି ଅସୁବିଧା ଦେଖିଦିଏ ତେବେ ତୁରନ୍ତ ପରାମର୍ଶ ଦବାକୁ ଫାୟାର ସର୍ଭିସି ଡିଜି କହିଛନ୍ତି । ଅହମ୍ମଦାବାଦରେ ଆଜି ସକାଳେ ଏକ ଘରୋଇ କୋଭିଡ ହସ୍ନିଟାଲରେ ନିଆଁ ଲାଗି ୮ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ତେଣୁ ଏହି ସ୍ଥିତିର ପୁନରାବୃତି ନହୁଏ ସେଥି ପାଇଁ ଏଭଳି ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.

one − 1 =