ମଜୁରିଆଙ୍କ ପାଇଁ ୧.୧୫ ଲକ୍ଷ ଘର ତିଆରି: କେନ୍ଦ୍ରସରକାର

ନୂଆଦିଲ୍ଲୀ- ଗରିବ ଓ ଦିନ ମଜୁରିଆଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସରକାରଙ୍କ ବଡ ନିଷ୍ପତି । ମଜୁରିଆଙ୍କ ପାଇଁ ୧.୧୫ ଲକ୍ଷ ଘର ତିଆରି ହେବ । ଗୋଟିଏ ବେଡ ରୁମ ଏବଂ ରୋଷେଇ ଘର ରହିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଶ୍ରମିକମାନଙ୍କୁ ଘର ଯୋଗାଇ ଦେବେ ସରକାର । ଏହି ଯୋଜନାରେ ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ସରକାରୀ ପାଣ୍ଠିରୁ ଏହି ସବୁ ଘର ତିଆରି ହେବ । ଏତଦ୍ ବ୍ୟତୀତ ୫୦ ପ୍ରତିଶତ ଅତିରିକ୍ତ ଏଫଏଆର, ଏଫସିଆଇ ଟିକସ ରିଲିଫ ଭଳି ସରକାର ପୋତ୍ସାହନ ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକ ଏବଂ ସିସିଇଏ ବୈଠକରେ ଏହି ନିଷ୍ପତି ନିଆଯାଇଛି । କେନ୍ଦ୍ର ସରକାର ଏଥିପାଇଁ ‘ଏଏଚ୍ଆରସିଏସ’ କୁ ମଞ୍ଜୁରୀ ଦେଇଛନ୍ତି ।

Leave A Reply

Your email address will not be published.

two × 2 =