କୋଭିଡ-୧୯ ସେଂଟର ପାଇଁ ହାଲ କମ୍ପାନୀକୁ ଅନୁରୋଧ


ଭୁବନେଶ୍ୱର- ସୁନାବେଡା ଠାରେ ୨୦୦ ଶଯ୍ୟା ବିଶିÂ କୋଭିଡ ହସ୍ପିଟାଲ ନିର୍ମାଣ କରିବା ପାଇଁ ହିନ୍ଦୁସ୍ତାନ ଏରୋନୋଟିକ୍ସି ଲିମିଟେଡକୁ ଅନୁରୋଧ କରିଛନ୍ତି କରୋପୁଟ ସାଂଶଦ । ଏଥିପାଇଁ ସେ ଏକ ଚିଠା ହାଲ ନିଦେ୍ର୍ଧଶକଙ୍କୁ ଦେଇଛନ୍ତି । ଏହାପରେ ସେହି ଚିଠାର କପି ସୁନେବେଡା ସିଏମଡି, ହାଲ, ବେଙ୍ଗୁଲୁର ଓ କୋରାପୁଟ ଜିଲ୍ଲାପାଳଙ୍କୁ ଦେଇଛନ୍ତି । ଚିଠାରେ ଉଲ୍ଲେଖ କରିଛନ୍ତି ମୋର ଆଶା ଅଛି ହାଲ କମ୍ପାନୀ ଉନ୍ନତି ମୂଳକ ପଦକ୍ଷେପ ଗ୍ରହଣ କରିବ । କୋଭିଡ ହସ୍ପିଟାଲ ନିର୍ମାଣ ପାଇଁ ହାଲ କମ୍ପାନୀ ପକ୍ଷରୁ ଏକ ବୈଠକ ହେବ । ଏହି ବୈଠକରେ ୪୦ ଟି କମ୍ପାନୀ ସାମିଲ ହେବ । କୋରାପୁଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୂତଗତିରେ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ଜୟପୁର ଠାରେ ଏକ କୋଭିଡ ହସ୍ପିଟାଲ ରହିଥିଲେ ମଧ୍ୟ ଉନ୍ନତ ମାନର ଚିକିତ୍ସା ମିଳୁନାହିଁ । ତେଣୁ ସୁନାବେଡାରେ ନିର୍ମାଣ କରିବାକୁ ସାଂସଦ ଇଛାପ୍ରକାଶ କରିଛନ୍ତି । ହାଲ ଏକ ଜାତୀୟ ସଂସ୍ଥା ହୋଇଥିବାରୁ ଅସମୟରେ ଲୋକଙ୍କୁ ସାହାର୍ଯ୍ୟ କରିବାପାଇଁ ପୂର୍ବରୁ ସାଂସଦ କହିଥିଲେ । ଏଭଳି ମହାମାରୀ ସମୟରେ ଲୋକଙ୍କୁ ସାହାର୍ଯ୍ୟ କରିବା ଏକାନ୍ତ କାମ୍ୟ । ରାଜ୍ୟରେ ନୂଆ କୋଭିଡ ହସ୍ପିଟାଲ ନିର୍ମାଣ ହେବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରାଷ୍ଟ୍ରାୟାତ ଉଦ୍ୟୋଗଙ୍କ ସହ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.

1 × three =