ଖୋର୍ଦ୍ଧା- ଚିଲିକା ମାଛ ମାର୍କେଟକୁ ୭ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ବାଲୁଗାଁ ଅଂଚଳର ଜଣେ ୫୫ ବର୍ଷୀୟ ମାଛ ବ୍ୟବସାୟୀ କରୋନା ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ମାଛ ମାର୍କେଟ ବନ୍ଦ ହେବା ପରେ ୧୨ ହଜାର ମତ୍ସ୍ୟଜୀବୀଙ୍କ ଜୀବନ ପ୍ରଭାବିତ ହୋଇଛି । ଅପରପକ୍ଷରେ ଚିଲାକରୁ ମାଛ ରପ୍ତାନୀ ବନ୍ଦ ହେବା ପରେ ରାଜ୍ୟର ବିଭିନ୍ନ ଅଂଚଳରେ ମାଛ ଦର ବୃଦ୍ଧି ହେବାର ଆଶଙ୍କା କରାଯାଉଛି । କରୋନା ଚିହ୍ନଟ ହୋଇଥିବା ସଂପୃକ୍ତ ମାଛ ବ୍ୟବସାୟୀ ଗଞ୍ଜାମରୁ ଆସିଥିବା ଜଣେ ମାଛ ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସିଥିଲେ । ଏହି ଘଟଣା ପ୍ରକାଶ ପାଇବା ପରେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ଶେଖର ରାଉତ, ଉପଜିଲ୍ଲାପାଳ ଅଶୋକ କୁମାର ବେଉରା, ଏସିପି ଅଜୟ ପ୍ରତାପ ସ୍ୱାଇଁ, ଚିଲିକା ତହସିଲଦାର ପୁନମ ମହାପାତ୍ର, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତୀ ଗୋଏଙ୍କା ଓ ବାଲୁଗାଁ ଥାନା ଆଇଆଇସି ରମକାନ୍ତ ମହାଲିକ ଚିଲିକା କୂଳ ମାଛ ମାର୍କେଟ ଯାଇ ଚିହ୍ନଟ ହୋଇଥିବା ବ୍ୟବସାୟୀଙ୍କ ମାଛ ଗୋଦାମ ଓ ବରଫ କଳକୁ ସିଲ କରିଛନ୍ତି । ଏଥିସହିତ ଅନ୍ୟ ସମସ୍ତ ଗୋଦାମ ଅଂଚଳକୁ ସଟଡାଉନ କରିଛନ୍ତି ।