ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି


ଭୁବନେଶ୍ୱର- ରାଜ୍ୟରେ ଯେଉଁ ହାରରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜି ପୁଣି କରୋନାରେ ୫ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ଘର ବାଲେଶ୍ୱର, ଗଞ୍ଜାମ, କନ୍ଧମାଳ, ମାଲକାନାଗିରି ଓ ପୁରୀ ରହିଛି । ବାଲେଶ୍ୱରର ୪୬ ବର୍ଷୀୟ ଯୁବକ ପୂର୍ବରୁ ଡାଇବେଟିସ ଓ ଉଚ୍ଚରକ୍ତଚାପରେ ପୀଡିତ ଥିଲେ । ପୁରୀ ଜିଲ୍ଲାର ୫୫ ବର୍ଷୀୟ ମହିଳା ରହିଛନ୍ତି । ଗଞ୍ଜାମ ଜିଲ୍ଲାର ୬୦ ବର୍ଷୀୟ ବୃଦ୍ଧ ମହିଳା ଯେକି ପୂର୍ବରୁ ଡାଇବେଟିସ ଓ ଉଚ୍ଚରକ୍ତ ଚାପରେ ଆକ୍ରାନ୍ତ ଥିଲେ । ସେହିପରି ଫଲବାଣୀ ଜିଲ୍ଲାର ୫୦ ବର୍ଷୀୟ ଯୁବକ ପୂର୍ବରୁ ଯକୃତ ରୋଗ ଓ ଜଣ୍ଡିସ୍ ରୋଗରେ ପୀଡିତ ଥିଲେ । ମାଲକାନାଗିରିର ୬୨ ବର୍ଷୀୟ ବୃଦ୍ଧା ମହିଳା ପୂର୍ବରୁ ଉଚ୍ଚରକ୍ତ ଚାପରେ ଆକ୍ରାନ୍ତ ଥିଲେ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯କୁ ପଂହଚିଛି ।

Leave A Reply

Your email address will not be published.

5 × 1 =