ଭୁବନେଶ୍ୱର- ଶୁକ୍ରବାର ଠାର ଭୁବନେଶ୍ୱର ଏମସ ଓପିଡି ବନ୍ଦ । ଏମ୍ସର କିଛି କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଯାହାଫଳରେ କର୍ମଚାରୀ ଅଭାବ ଦେଖାଦେଇଛି । ତେଣୁ କର୍ମଚାରୀ ଅଭାବ ଯୋଗୁଁ କାଲିଠାରୁ ଓପିଡି ବନ୍ଦ ରହିବ ବୋଲି ଏମସନିର୍ଦେଶିକା ବି.ଗୀତଞ୍ଜଳି କହିଛନ୍ତି । ଆଉ କିଛି କର୍ମଚାରୀ କଂଟେନମେଂଟ ଅଂଚଳରେ ରହୁଥିବାରୁ ସେମାନଙ୍କୁ ଡାକ୍ତରଖାନା ଆସିବାକୁ ବାରଣ କରାଯାଇଛି । ଓପିଡି ବନ୍ଦ ରହୁଥିଲେ ବି ରୋଗୀଙ୍କୁ ଟେଲି ମେଡିସିନ ସୁବିଧା ମିଳିବ । କାଜୁଆଲଟି ଓ ଇମର୍ଜେନସି ସେବା ଚାଲୁ ରହିବ । ଏତଦ୍ ବ୍ୟତିତ ଡାଏଲିସିସ୍ ଓ ରେଡିଓ ଥେରାପି ସେବା ଜାରି ରହିବ ।