ରାହୁଲଙ୍କୁ ବିଜେପି ସାଂସଦଙ୍କ କଡା ଯବାବ

ଜମ୍ମୁ: ଲଦାଖରେ ଚୀନ୍ ସେନାର ମନମାନି ସିମା ଅତିକ୍ରମ ଖବରକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରତି ଟ୍ୱିଟରେ ମୋଦି ସରକାରଙ୍କୁ ଆକ୍ଷେପ କରୁଛନ୍ତି । ଚୀନ୍ ଭାରତ ସୀମା କବ୍ଜା କରିଛି କି ବୋଲି ରାହୁଲ ନିଜ ଟ୍ୱିଟରେ ପଚାରିଥିଲେ । ରାହୁଲଙ୍କ ପ୍ରଶ୍ନର ଉତର ଦେଇ ଲଦାଖର ବିଜେପି ସାଂସଦ ଜମୟାଙ୍ଗ ସେରୀଙ୍ଗ ନାମଗ୍ୟାଲ କହିଛନ୍ତିଯେ ମୋର ପୂର୍ଣ୍ଣ ଭରଷା ଅଛି ରାହୁଲ ଗାନ୍ଧି ଏବଂ କଂଗ୍ରେସର ଅନ୍ୟ ସଦସ୍ୟମାନେ ମୋ ଉତରରେ ସହମତି ହେବେ । ଏବଂ ସେ ପୁଣି ଥରେ ଯେମିତି ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରିବେନି । ସେ କହିଛନ୍ତିଯେ ହଁ ଚୀନ୍ ଭାରତ ସୀମା କବଜା କରିଛି , କିନ୍ତୁ ଏସବୁ କଂଗ୍ରେସ ସରକାରଙ୍କ ସମୟରେ ହୋଇଥିଲା ବୋଲି ସେ କହିଛନ୍ତି । ଯାହାର ଲିଷ୍ଟ ସେ ତାଙ୍କ ଟ୍ୱିଟର ପେଜରେ ଶେୟାର କରିଛନ୍ତି ।

Leave A Reply

Your email address will not be published.

8 − 2 =