କାବୁଲ: ଆଫଗାନିସ୍ତାନରେ ରାଜଧାନୀ କାବୁଲରେ ବୋମା ବିସ୍ଫୋରଣ ହୋଇଛି । ଏଥିରେ ୯ଜଚ୍ଚଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସାଂସଦ ହାଜି ଖାନ ମହମ୍ମଦ ଭରାଦକଙ୍କ କାରକୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରିଥିଲେ ଆତଙ୍କବାଦୀ । ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି । ସାଂସଦଙ୍କ ସହିତ ୧୫ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଛୋଟ ଛୁଆ ଓ ମହିଳା ମଧ୍ୟ ରହିଛନ୍ତି । ସହରର ପଡି ୫ ଅଂଚଳରେ ଥିବା ସ୍ପିନ୍ କଲେ ସ୍କୋୟାରରେ ଏହି ବିସ୍ଫୋରଣ ଘଙ୍କିଛି । ଏ ନେଇ କାବୁଲ ପୁଲିସ ଏହି ସୂଚନା ଦେଇଛି । ଆଫଗାନିସ୍ତାନ ଗୃହ ମନ୍ତ୍ରାଣାଳୟର ଉପ ମୁଖପାତ୍ର ଫରଦାସ ଫାରାମର୍ଜ କହିଛନ୍ତି ଯେ ଏହି ଆକ୍ରମଣରେ ତିନିଟି ଗାଡିରେ ନିଆଁ ଲଗାଯାଇଥିଲା । ସରକାର ରିପୋର୍ଟ ଅନୁଯାୟୀ ୮ ଜଚ୍ଚଙ୍କର ମୃତ୍ୟୁ ହୋଇଥିବା ସୁନିଶ୍ଚିତ କରାଯାଇଛି । ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ କରି ନାହାନ୍ତି ।