ଭୁବନେଶ୍ୱରରୁ ୨୧ କରୋନା ଆକ୍ରାନ୍ତ ଚିହ୍ନଟ


ଭୁବନେଶ୍ୱର- ଭୁବନେଶ୍ୱରରୁ ନୂଆ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳ ୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୫ ଆକ୍ରାନ୍ତଙ୍କ ମଧ୍ୟରୁ ସତ୍ୟନଗର କାଳୀମନ୍ଦିର ପାଖରୁ ଜଣେ, କୋଳଥିଆରୁ ଜଣେ, ଚନ୍ଦକାର ଏକ ଚକ୍ଷୁ ହସସ୍ପିଟାଲରୁ ୨ ଓ ଅନ୍ୟ ଜଣେ ଘରୋଇ ହସ୍ପିଟାଲର ବୋଲି ଜଣାପଡିଛି । ସେହିପରି ସଙ୍ଗରୋଧ କେନ୍ଦ୍ରରୁ ୩ ଆକ୍ରାନ୍ତ ଏକ ଘରୋଇ ହସ୍ପିଟାଲରୁ, ୨ ଆକ୍ରାନ୍ତ ନୁ୍ୟ ଫରେଷ୍ଟ ପାର୍କ ଅଂଚଳରୁ, କଳିଙ୍ଗନଗରରୁ ୨, ନୟାପଲ୍ଲୀ ବେହେରାସାହି ଓ ବରଗଡ ବ୍ରିଟ କଲୋନୀରୁ ଜଣେ , ଶ୍ରଦ୍ଧାପଲ୍ଲୀ ବସ୍ତିରୁ ଜଣେ ଆକ୍ରାନ୍ତ ଚିହହ୍ନଜଟ ହୋଇଥିବା ବେଳ ଅନ୍ୟ ଜଣେ ଆକ୍ରାନ୍ତ ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨କୁ ବୃଦ୍ଧି ପାଇଥିବା ବେଳେ ୬୨୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଯାବତ୍ ୬୧୪ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

two × three =