ଭୁବନେଶ୍ୱର- ଏଣିକି ଅନଲାଇନ ଟପିକ୍ କୋର୍ସ ଆଧାରରେ ପଢିବେ ପିଲା । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମୁଖ୍ୟ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଏହି ଆପ୍ ଜରିଆରେ ଛାତ୍ରଛାତ୍ରୀ ଅଧିକ ମାତ୍ରାରେ ଯୋଗ ଦେବା ପାଇଁ ତର୍ଜମା ଚାଳିଛି । ରାଜ୍ୟରେ ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ୨୨ ଲକ୍ଷ ଅନଲାଇନ କ୍ଲାସ କରୁଛନ୍ତି । ଅନ୍ୟ ପିଲାମାନେ ଏହି କ୍ଲାସରୁ ବଂଚିତ ହୋଉଛନ୍ତି । ତେଣୁ କିଭଳି ଭାବରେ ସମସ୍ତ ଛାତ୍ରଛାତ୍ରୀ ଏହି ଶିକ୍ଷାର ସୁଯୋଗ ପାଇବେ ସେନେଇ ଏକ ଏକ୍ସପର୍ଟ କମିଟି ଗଠିତ ହୋଇଛି । ୧୦ ଦିନ ମଧ୍ୟରେ କମିଟି ରିପୋର୍ଟ ଦେବ । କରୋନା ମହାମାରୀ ପ୍ରଭାବରେ ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ପିଲାମାନଙ୍କ ପାଠପଢା ବ୍ୟାହତ ହେଉଥିବାରୁ ଏହାକୁ ଦୂର କରିବା ପାଇଁ ଅନଲାଇନ କ୍ଲାସ ବ୍ୟବସ୍ଥା କରାଯାଇଛି ।