ଜୁଲାଇ ୧୫ ପର୍ଯ୍ୟନ୍ତ ତାମିଲନାଡୁର ସାତ ସ୍ପୋସାଲ ଟ୍ରେନ ବାତିଲ

ନୂଆଦିଲ୍ଲୀ- ଜୁଲାଇ ୧୫ ପର୍ଯ୍ୟନ୍ତ ତାମିଲନାଡୁ ମଧ୍ୟରେ ଚଳାଚଳ କରୁଥିବା ସାତଟି ସ୍ପୋସାଲ ଟ୍ରେନ ବାତିଲ କରିଛି ଦକ୍ଷିଣ ରେଳବାଇ ବିଭାଗ । ତାମିଲନାଡୁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାମିଲନାଡୁ ସରକାରଙ୍କ ଅନୁରୋଧକ୍ରମେ ଟ୍ରେନ ଚଳାଚଳ ବାତିଲ କରାଯାଇଛି ବୋଲି ଦକ୍ଷିଣ ରେଳବାଇ ଟୁଇଟି କରି କହିଛନ୍ତି । ତେବେ ନୂଆଦିଲ୍ଲୀ ଡକ୍ଟର ଏମଜିଆର ଚେନ୍ନାଇ ସେଣଂଟ୍ରାଲ ଷ୍ଟେସନ ଅଭିମୁଖେ ଆସୁଥିବା ସ୍ପୋସାଲ ସୁପରଫାଷ୍ଟ ଟ୍ରେନ ଚଳାଚଳ କରିବ । ବାତିଲ ହୋଇଥବା ୭ ସ୍ୱତନ୍ତ୍ର ଟ୍ରେନ ଗୁଡିକ ହୋଉଛି ତିରୁଚି- ଚେଙ୍ଗଲପେଟ- ତିରୁଚି, ମଦୁରାଇ-ବିଲ୍ଲୁପୁରମ-ମଦୁରାଇ, କୋଏମ୍ବାଟୁର-କଟପାଡି-କୋଇମ୍ବୁାଟୁର, ତିରୁଚି-ଚେଙ୍ଗଲପେଟ-ତିରୁଚି, ଆରାକ୍କୋଣମ-କୋଇମ୍ବାଟୁର-ଆରାକ୍କୋଣମ, କୋଇମ୍ବାଟୁର-ମାୟାଲାଦୁତୁରାଇ-କୋଇମ୍ବାଟୁର ଏବଂ ତିରୁଚି-ନାଗେରକୋଇଲ- ତିରୁଚି । ରିଜର୍ଭେସନ କରିଥିବା ଯାତ୍ରୀମାନଙ୍କୁ ସଂପୂର୍ଣ୍ଣ ଅର୍ଥ ଫେରସ୍ତ କରିବାକୁ ରୋଲବାଇ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

four + 19 =