ଜେଲରୁ ମୁକୁଳିଲେ ୧୬ ହଜାର ୭୮୯ କଏଦୀ


ଭୁବନେଶ୍ୱର- କରୋନା ପାଇଁ ରାଜ୍ୟର ୩୦ ଜିଲ୍ଲାର ୮୭ଟି ଜେଲରୁ ୧୬ ହଜାର ୭୮୯ କଏଦୀଙ୍କୁ ମୁକୁଳା ଯାଇଛି । ଏମାନଙ୍କ ମଧ୍ୟରୁ ବିଚାରଧୀନ କଏଦୀ ୧୬ ହଜାର ୬୩୯ ରହିଥିବା ବେଳ ୧୫୦ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀ ରହିଛନ୍ତି । ମାର୍ଚ୍ଚ ୨୦ରୁ ଜୁଲାଇ ୨୮ ତାରିଖ ପର୍ଯ୍ୟନ୍ତ ୧୬ ହଜାର ୭୮୯ କଏଦୀଙ୍କୁ ମୁକ୍ତ କରାଯାଇଛି ବୋଲି ଜେଲ ବିଭାଗ ପକ୍ଷରୁ କୁହାଯାଇଛି । ବ୍ରହ୍ମପୁର ଜେଲରୁ ୫ ହଜାର ୨୩୧, ସମ୍ବଲପୁର ୩ ହଜାର ୭୧୬, କଟକରୁ ୩ ହଜାର ୪୬୫, ବାରିପଦାରୁ ୨ ହଜାର ୭୩୩, କୋରାପୁଟ ୧୬ ଶହ ୪୪ଙ୍କୁ ମୁକୁଳିଛନ୍ତି ।

Leave A Reply

Your email address will not be published.

four − two =