ଭୁବନେଶ୍ୱର- ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧୦ କର୍ମଚାରୀ କରୋନା ଆକ୍ରାନ୍ତ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ବିଭାଗରେ ଜଣେ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ପରୀକ୍ଷା ପରେ ୧୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ବୋଲି ଜଣାପଡିଛି । ଅନ୍ୟ ସମସ୍ତ କର୍ମଚାରୀଙ୍କୁ ହୋମ ଆଇସୋଲେସନରେ ରଖିବା ସହ ଘରେ ରହି କାମ କରିବାକୁ ନିର୍ଦେଶ ଦିଆଯାଇଛି ।