ଖୁବ୍ ଶିଘ୍ର ରାଜ୍ୟରେ ମିଳିବ କୋଭିଡ ଔଷଧ

ନୂଆଦିଲ୍ଲୀ- ପାଂଚ ରାଜ୍ୟକୁ ମିଳିବ କୋଭିଡ ଔଷଧ । ହାଇଦ୍ରାବାଦର ଏକ ଔଷଧ ପ୍ରସ୍ତୁତିକାରୀ କମ୍ପାନି ହେଟେରୋକୁ ପରୀକ୍ଷା ମୂଳକ ଭାବେ କରୋନା ଔଷଧ ରେମଡେସିଭିରର ଜେନେରିକ ଭର୍ସନର ପ୍ରସ୍ତୁତି ଏବଂ ବିକ୍ରି ପାଇଁ ଅନୁମତି ମିଳିଛି । ଏହି କମ୍ପାନି ମହାରାଷ୍ଟ୍ର ଓ ଦିଲ୍ଲୀ ସମେତ ଦେଶର ୫ ରାଜ୍ୟକୁ ୨୦ ହଜାର ରେମଡେସିଭିର ଔଷଧ ପଠାଯାଇଛି । କୋଭିଫର ବ୍ରାଣ୍ଡ ନାମରେ ପ୍ରସ୍ତୁତ ଏହି ଔଷଧ ଗୁଜୁରାଟ ଓ ତାମିଲନାଡୁରେ ମଧ୍ୟ ଉପଲବ୍ଧ ହେବ । ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦକୁ ମଧ୍ୟ ଖୁବଶୀଘ୍ର ଏହି ଔଷଧ ପଠାଯିବ ।୧୦୦ ମିଲିଗ୍ରାମ ଏହି ଔଷଧର ଦାମ ୫,୪୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ପରବର୍ତୀ ପର୍ଯ୍ୟାୟରେ କୋଲକତା, ଇନେ୍ଦାର, ଭୋପାଳ, ଲକ୍ଷେ୍ନø, ପାଟନା, ଭୁବନେଶ୍ୱର,ରାଂଚି ,ବିଜୟୱାଡା,କୋଚି ତ୍ରିବେନ୍ଦ୍ରମ ଏବଂ ଗୋଆକୁ ଏହି ଔଷଧ ପଠାଯିବ । ଏହା କେବଳ ହସ୍ପିଟାଲ ଓ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ।ସମୟକ୍ରମେ ଦେଶର ସବୁ ସ୍ଥାନରେ ଏହି ଔଷଧ ଖୁବଶୀଘ୍ର ଉପଲବ୍ଧ ହେବ ବୋଲି ହେଟେରୋ ଗ୍ରୁପ ଅଫ କମ୍ପାନିର ଏମଡି ବଂଶୀ କ୍ରିଷ୍ଣା କହିଛନ୍ତି ।

Leave A Reply

Your email address will not be published.

18 + 1 =